Odia News Portal

ସ୍ୱର୍ଣ୍ଣ ପଦକ ଜିତଲେ ନୀରଜ


ଟୋକିଓ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ନିରଜ ଚୋପ୍ରା । ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ଭାରତୀୟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିରଜଙ୍କ ସ୍ୱର୍ଣ୍ଣ ପଦକ ମିଶାଇ ଭାରତକୁ ମିଳିଲା ୭ ପଦକ । ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ନିରଜ ଚୋପ୍ରା । ଜାଭେଲିନ ଥ୍ରୋରେ ସେ ଏହି ପଦକ ଭାରତକୁ ଭେଟି ଦେଇଛନ୍ତି ।

ଫାଇନାଲ ମୁକାବିଲାର ପ୍ରଥମ ପ୍ରୟାସରା ନୀରଜ ୮୭.୦୩ ମିଟର ‌ଥ୍ରୋ କରି ଦମଦାର ଆରମ୍ଭ କରିଥିଲେ। ସେହିପରି ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର ଫିଙ୍ଗି ଥିଲେ। ଏହାପରେ ତୃତୀୟ ପ୍ରୟାସରେ ନୀରଜ ୭୬.୭୯ ମିଟର ହିଁ ଥ୍ରୋ କରିପାରିଥିଲେ। ହେଲେ ସେ ପ୍ରଥମ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ଜିତି ଟୋକିଓରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଡେବ୍ୟୁ ଅଲିମ୍ପିକ୍ସରେ କମାଲ କରିଛନ୍ତି ୨୩ ବର୍ଷିୟ ନୀରଜ।

ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜ ୮୬.୬୫ ମିଟର ଥ୍ରୋ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲେ। ସବୁଠୁ ବଡ଼ କଥା ହେଲା ଏହାପୂର୍ବରୁ ଭାରତ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ କେବେ ଜିତି ନଥିଲା। ୧୯୨୦ରେ ଭାରତ ପ୍ରଥମ ଥର ବେଲ୍‌ଜିୟମରେ ଆୟୋଜିତ ଅଲିମ୍ପିକ୍ସରେ ଭାଗ ନେଇଥିଲା। ୫ ଜଣିଆ ଦଳରେ ଟ୍ରାକ୍‌ ଓ ଫିଲ୍ଡରେ ୩ ଓ କୁସ୍ତିରେ ୨ ଜଣ ଖେଳିଥିଲେ। ହେଲେ ସେହି ଦିନଠୁ ଏପର୍ଯ୍ୟନ୍ତ ଟ୍ରାକ୍‌ ଓ ଫିଲ୍ଡରେ ଭାରତର ପଦକ ଖାତା ଖାଲି ରହିଥିଳା। ତେବେ ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ନର୍ମାନ ପିଚାର୍ଡ୍ସ ଦୁଇଟି ରୌପ୍ୟ (୨୦୦ ମିଟର ଦୌଡ଼ ଓ ବାଧାଦୌଡ଼) ପଦକ ଜିତିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍‌) ତାଙ୍କ ପଦକକୁ ଭାରତର ବୋଲି ସ୍ବୀକାର କରିନି। ତେବେ କିଂବଦନ୍ତି ଧାବକ ମିଲ୍‌ଖା ସିଂହ (୧୯୬୪) ଏବଂ ପିଟି ଉଷା (୧୯୮୪) ପଦକ ନିକଟତର ହୋଇଥିଲେ ମଧ୍ୟ ପୋଡିୟମରେ ଠିଆ ହେବାର ଗୌରବ ପାଇନଥିଲେ।