Odia News Portal

ବିସର୍ଜନ କରିବାକୁ ଯାଇଥିଲେ, ୩ଜଣ ବୁଡ଼ିଗଲେ

ନୂଆପଡ଼ା: ଏମିତି ବି ଆସିପାରେ ମରଣ । ନୂଆପଡ଼ା ଅଞ୍ଚଳରେ ଗଣେଶ ଭଗବାନଙ୍କ ବିସର୍ଜନ ବେଳେ ଘଟିଯାଇଛି ବଡ଼ ଅଘଟଣ । ଗୋଧସା ଜଳପ୍ରପାତରେ ବିସର୍ଜନ ସମୟରେ ବୁଡ଼ିଯାଇ ୩ ଜଣ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ଥିବା ୩ ଜଣ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ନିଖୋଜ ୩ ଜଣଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଜାରି ରହିଛି ।