Odia News Portal

୧୨୪୨ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମୋହର ବାଜିଛି ।ବୈଠକରେ ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।ତେବେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି ।ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନୂଆ ନିଯୁକ୍ତି ମିଳିବ ।ଏହାସହ ଆଜି ଶେଷ ହୋଇଛି କ୍ୟାବିନେଟ ବୈଠକ । ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ହୋଇଥିବା ସୂଚନା ମିଳିଛି ।ଆଜି ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଆସନ୍ତା ୨୨ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ ।