Odia News Portal

ଟିକାକରଣର ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ | ଟିକାକରଣ ନେଇ ଫିଡବ୍ୟାକ୍‌ ନେଲେ ମୁଖ୍ୟମନ୍ତ୍ରୀ ନବୀନ | ଭିଡ଼ିଓ କନଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍‌ ନେଇଛନ୍ତି | ଭିଡ଼ିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହିତ କଥା ହୋଇଛନ୍ତି | ଏହା ବ୍ୟତୀତ ବ୍ରହ୍ମପୁର ସିଟି ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ଡାକ୍ତରଙ୍କ ଅନୁଭୂତି ମଧ୍ୟ ଶୁଣିଥିଲେ | ଫିଡବ୍ୟାକ୍‌ ନେବା ପରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି, ଗତ ୧୦ ମାସ ହେଲା ଆମ କୋଭିଡ୍ ଯୋଦ୍ଧା ମାନେ ସଂଗ୍ରାମ କରୁଛନ୍ତି | ଆପଣ ମାନଙ୍କ ତ୍ୟାଗ ଆମେ କେବେ ଭୁଲି ପାରିବୁ ନାହିଁ | ତେବେ ଟିକାକରଣ ପାଇଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ |

ଭୁବନେଶ୍ୱରର ମୋଟ୍ ୬ଟି ହସ୍ପିଟାଲ୍ ସହ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହୋଇଛି । ପୂର୍ବରୁ ଏଥିନିମନ୍ତେ କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ୟୁନିଟ-୪ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର , ସମ୍‌ ହସ୍ପିଟାଲ ଓ କିମସ୍‌ରେ ଟିକାକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ପରେ ଏଥିରେ ଭୁବନେଶ୍ୱର ଏମ୍ସକୁ ବି ସାମିଲ କରାଯାଇଥିଲା । ଟିକାକରଣ ସମୟରେ ଗଞ୍ଜାମ, ସୁନ୍ଦରଗଡ଼ ଓ କ୍ୟାପିଟାଲ୍ ହସ୍ପିଟାଲରୁ ଫିଡବ୍ୟାକ୍‌ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ।