ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା NSUI ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା NSUI ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ। ଓଡ଼ିଶା NSUI ର ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ବିଭୂତି ଭୂଷଣ ମହାପାତ୍ର ହିମାଚଳ ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ Sukhvinder Singh Sukhuଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖବିନ୍ଦର ସିଂ ସୁକୁ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଫଟୋ ଓ ସୂଚନା ସେୟାର କରି ଶ୍ରୀ ମହାପାତ୍ରଙ୍କୁ ଓଡ଼ିଶା NSUI ର ରାଜ୍ୟ ସଭାପତି ଭାବେ ନୂତନ ଦାୟିତ୍ୱ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।
ନିଜ ବାର୍ତ୍ତାରେ ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଶ୍ରୀ ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ ଏବଂ ଓଡ଼ିଶା NSUI ସଂଗଠନ ଅଧିକ ସୁଦୃଢ଼ ହେବା ସହ ନୂତନ ସଫଳତାର ଶିଖରରେ ପହଞ୍ଚିବ। ଶ୍ରୀ ବିଭୂତି ଭୂଷଣ ମହାପାତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଇବା ସହ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଅଧିକାର, ଶିକ୍ଷାର ଉନ୍ନତି ଏବଂ ସଂଗଠନକୁ ଆହୁରି ସଶକ୍ତ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।
