Odia News Portal

ତୃତୀୟ ସ୍ଥାନରେ ଓଡ଼ିଶା ପୋଲିସ

ଭୁବନେଶ୍ୱର: ପୋଲିସ ରାକିଂରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ରାକିଂରେ ୩ୟ ସ୍ଥାନରେ ଓଡ଼ିଶା ପୋଲିସ । ୧୮ଟି ବଡ଼ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ରହିଛି । ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କଲେ ପୋଲିସ ଡିଜି । ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୦ରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ ରିପୋର୍ଟରେ ଓଡ଼ିଶା ୭ ନମ୍ବର ସ୍ଥାନରେ ଥିଲା । ସେପଟେ ନ୍ୟାୟ ବ୍ୟବସ୍ଥାରେ ରାଜ୍ୟ ପଛରେ ରହିଛି । ୧୫ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ୨୦୧୯ରେ ୯ ନମ୍ବର ରାଙ୍କ୍‌ରେ ଥିଲା ଓଡ଼ିଶା |

ତେବେ ପ୍ରଥମ ସ୍ଥାନରେ କର୍ଣ୍ଣାଟକ ଓ ଦ୍ୱିତୀୟ ସ୍ଥାନରେ ଛତିଶଗଡ଼ ରହିଥିବା ବେଳେ ଓଡ଼ିଶା ପଛକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ରହିଛି । ତାଲିକାର ଶେଷରେ ରହିଛି ମଧ୍ୟପ୍ରଦେଶ ପୋଲିସ ।