Odia News Portal

ସ୍ଥିତି ସାଙ୍ଘାତିକ: ଆଜି ୧୦୬୩୫ ପଜିଟିଭ୍ ଚିହ୍ନଟ

*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯୪ଜଣ ପଜିଟିଭ୍ ଚିହ୍ନଟ |

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୬୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୪୮୪୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୧୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୬୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯୪ଜଣ, ଅନୁଗୁଳ ଜିଲ୍ଲାରୁ ୫୫୯ଜଣ, ଗଞ୍ଜାମ ଜିଲ୍ଲାରୁ ୨୬୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୦ଜଣ, ଯାଜପୁର ଜିଲ୍ଲାରୁ ୨୯୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫୬ଜଣ, ବୌଦ୍ଧ ଜିଲ୍ଲାରୁ ୧୭୯ଜଣ, କଟକ ଜିଲ୍ଲାରୁ ୮୮୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୩୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୬ଜଣ, ଗଜପତି ଜିଲ୍ଲାରୁ ୧୦୧ଜଣ, କଳାହାଣ୍ଡି ଜିଲ୍ଲାରୁ ୪୬୯ଜଣ, କନ୍ଧମାଳ ଜିଲ୍ଲାରୁ ୭୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୭ଜଣ,ବାଲେଶ୍ୱର ଜିଲ୍ଲାରୁ ୩୦୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ସେହିଭଳି ବରଗଡ଼ ଜିଲ୍ଲାରୁ ୪୪୩ଜଣ, ଭଦ୍ରକ ଜିଲ୍ଲାରୁ ୧୦୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୩ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୭୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୬ଜଣ, ନୟାଗଡ଼ ଜିଲ୍ଲାରୁ ୨୫୩ଜଣ, ନୂଆପଡ଼ା ଜିଲ୍ଲାରୁ ୩୨୪ଜଣ, ପୁରୀ ଜିଲ୍ଲାରୁ ୪୩୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୮ଜଣ, ସମ୍ବଲପୁର ଜିଲ୍ଲରୁ ୬୪୧ଜଣ, ସୋନପୁର ଜିଲ୍ଲରୁ ୧୪୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୪୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୭୩ଜଣ ରହିଛନ୍ତି ।