Odia News Portal

ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ୮୦୧୫ ପଜିଟିଭ୍

*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ଜଣ ଚିହ୍ନଟ ।

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୦୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୨୬୨୨ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୪୪୭ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୫୬୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ଜଣ ଚିହ୍ନଟ ହୋଇଥିବା ସମୟରେ, ଅନୁଗୁଳ ଜିଲ୍ଲାରୁ ୫୨୫ଜଣ, ବୌଦ୍ଧ ଜିଲ୍ଲାରୁ ୧୦୩ଜଣ, କଟକ ଜିଲ୍ଲାରୁ ୪୮୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୧ଜଣ,ଜଗତସିଂହପୁର ଜିଲ୍ଲାରୁ ୧୪୯ଜଣ,କଳାହାଣ୍ଡି ଜିଲ୍ଲାରୁ ୧୭୪ଜଣ, କନ୍ଧମାଳ ଜିଲ୍ଲାରୁ ୬୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୦ଜଣ, କେନ୍ଦୁଝର ଜିଲ୍ଲାରୁ ୭୫ଜଣ,ବାଲେଶ୍ୱର ଜିଲ୍ଲାରୁ ୧୦୦ଜଣ, ବରଗଡ଼ ଜିଲ୍ଲାରୁ ୩୯୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୬ଜଣ, ଗଜପତି ଜିଲ୍ଲାରୁ ୧୨୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୯ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଭଦ୍ରକ ଜିଲ୍ଲାରୁ ୧୪୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୮ଜଣ, ଯାଜପୁର ଜିଲ୍ଲାରୁ ୧୯୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୬ଜଣ, କୋରାପୁଟ ଜିଲ୍ଲାରୁ ୧୨୭ଜଣ, ମାଲକାନଗିରି ଜିଲ୍ଲାରୁ ୩୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୯ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୨୦ଜଣ, ନୟାଗଡ଼ ଜିଲ୍ଲାରୁ ୧୮୭ଜଣ, ନୂଆପଡ଼ା ଜିଲ୍ଲାରୁ ୧୬୪ଜଣ, ପୁରୀ ଜିଲ୍ଲାରୁ ୩୦୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୪ଜଣ, ସମ୍ବଲପୁର ଜିଲ୍ଲାରୁ ୪୪୧ଜଣ, ସୋନପୁର ଜିଲ୍ଲାରୁ ୨୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୩୫ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୩୬ଜଣ ରହିଛନ୍ତି ।