Odia News Portal

କମୁଛି ସଂକ୍ରମଣ: ଦିନକରେ ୯୭୯୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି ସଂକ୍ରମଣ ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୫୩୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ଜଣ, ଅନୁଗୁଳ ଜିଲ୍ଲାରୁ ୫୨୬ଜଣ, ଭଦ୍ରକ ଜିଲ୍ଲାରୁ ୫୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୪୨ଜଣ, ବୌଦ୍ଧ ଜିଲ୍ଲାରୁ ୧୫୨ଜଣ, କଟକ ଜିଲ୍ଲାରୁ ୬୪୧ଜଣ, ଗଞ୍ଜାମ ଜିଲ୍ଲାରୁ ୨୭୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୧ଜଣ, ଗଜପତି ଜିଲ୍ଲାରୁ ୧୧୧ଜଣ,ବରଗଡ଼ ଜିଲ୍ଲାରୁ ୨୭୦ଜଣ, ଯାଜପୁର ଜିଲ୍ଲାରୁ ୩୭୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୦୪ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝର ଜିଲ୍ଲାରୁ ୨୪୪ଜଣ, କୋରାପୁଟ ଜିଲ୍ଲାରୁ ୧୭୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୦୨ଜଣ,କଳାହାଣ୍ଡି ଜିଲ୍ଲାରୁ ୨୨୪ଜଣ, କନ୍ଧମାଳ ଜିଲ୍ଲାରୁ ୧୦୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୮ଜଣ, ନୟାଗଡ଼ ଜିଲ୍ଲାରୁ ୨୫୪ଜଣ, ନୂଆପଡ଼ା ଜିଲ୍ଲାରୁ ୪୦୧ଜଣ, ପୁରୀ ଜିଲ୍ଲାରୁ ୩୫୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୮ଜଣ, ମାଲକାନଗିରି ଜିଲ୍ଲାରୁ ୬୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯୯ଜଣ,ସମ୍ବଲପୁର ଜିଲ୍ଲାରୁ ୩୫୬ଜଣ, ସୋନପୁର ଜିଲ୍ଲାରୁ ୧୪୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧୮ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮୦ଜଣ ରହିଛନ୍ତି ।