Odia News Portal

ଅପରେସନ ହାତୀ: ଓଡ୍ରାଫ ବୋଟ୍ ଓଲଟିଲା

କଟକ: ଅପରେଶନ ଗଜ ଉଦ୍ଧାର ବେଳେ ଅଘଟଣ। ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ୍ ବୋଟ୍ ଓଲଟି ପଡିଛି। ହାତୀକୁ କୂଳକୁ ଘଉଡାଇବା ବେଳେ ପାଣି ସ୍ରୋତରେ ରବର ବୋଟ୍ଟି ଓଲଟି ପଡିଛି। ଓଡ୍ରାଫ୍ ଟିମ୍ରେ ଥିବା ୬ ରୁ ୭ ଜଣ ସଦସ୍ୟ ପ୍ରଖର ପାଣି ସ୍ରୋତରେ ଭାସି ଯାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ଉଦ୍ଧାର କାର୍ୟ୍ୟ ଜାରି ରହିଛି।