Odia News Portal

ସାଙ୍ଗଙ୍କ ଅଶ୍ଲୀଳ ଭିଡିଓ ଭାଇରାଲରେ ଅଭିଯୁକ୍ତ ଗିରଫ

ମହିଳା ସାଙ୍ଗଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା । ପୁରୀ ସାଇବର କ୍ରାଇମ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ।
ଅଭିଯୁକ୍ତ ସରୋଜ ପୁରୀରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ ଅନ୍ତରଙ୍ଗ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଛାଡିବା ସହ ତାଙ୍କୁ ବ୍ଲାକମେଲ୍ କରୁଥିଲା । ଏନେଇ ମହିଳା ଜଣଙ୍କ ପୁରୀ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।
ପରେ ପୋଲିସର ଏକ ଟିମ୍ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗାଁକୁ ଯାଇ ଅଭିଯୁକ୍ତ ସରୋଜ ସାହୁକୁ ଧରିବା ସହ ସାଇବର କ୍ରାଇମ୍ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛି ।