Odia News Portal

ବସ୍ ଚଳାଚଳ ଲାଗି ଆସିବ ଗାଇଡ୍‌ଲାଇନ୍‌: ପଦ୍ମନାଭ ବେହେରା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କୋହଳ ହୋଇଛି କରୋନା କଟକଣା । କାଟାଗୋରୀ ଏରେ ଥିବା ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ଲାଗି ଅନୁମତି ମିଳିଛି । ତେବେ ଏହି ବସ୍ ଚଳାଚଳ ଲାଗି ଗାଇଡ ଲାଇନ ଆବିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ୍ ସଂସ୍ଥାକୁ ଗାଇଡ ଲାଇନ୍ ଦିଆଯିବ । ବସରେ ସିଟିଂ କାପାସିଟିରେ ଲୋକେ ବସିବେ ଏବଂ ମାସ୍କ ବାଧ୍ୟତାମୂଳକ ରହିବ । ତେବେ ବି କାଟାଗୋରୀ ଜିଲ୍ଲାରେ ବସ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।