Odia News Portal

ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ ଲାଗୁ ହେବ ନାହିଁ ନୂଆ ପରିବହନ ଆଇନ

ଭୁବନେଶ୍ୱର: ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ କୌଣସି ନୂଆ ପରିବହନ ନିୟମ ଲାଗୁ ହେବ ନାହିଁ । ରାଜ୍ୟରେ ଏବେ ଲକ୍ଡାଉନ୍ ଓ ସଟଡାଉନ୍ କଟକଣା ରହିଛି । ଏହା ସହିତ ଏବେ ରାଜ୍ୟରେ ନୂଆ ପରିବହନ ଆଇନ୍ ମଧ୍ୟ କୋହଳ କରାଯାଉଛି । ଜୁଲାଇ ୧ ତାରିଖ ପର‌୍ୟ୍ୟନ୍ତ ରାଜ୍ୟରେ ନୂଆ ପରିବହନ ଆଇନ୍ ଲାଗୁ ହେବ ନାହିଁ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏବେ ଜୁଲାଇ ୧ ପର‌୍ୟ୍ୟନ୍ତ ବାଇକ୍ ରେ ଡବଲ ହେଲମେଟ୍ ପିନ୍ଧି ନଥିଲେ କଟିବନି ଫାଇନ୍ । ତେବେ କିଛି ଅମାନିଆ ଏହାର ଫାଇଦା ନଉଠାନ୍ତୁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଆଗକୁ ଲକ୍ଡାଉନ୍ ଫେଜ୍ ସମାପ୍ତ ହେବା ପରେ ସ୍ଥିତି ଦେଖି ପୁଣି ରାଜ୍ୟରେ ନୂଆ ପରିବହନ ଆଇନ୍ ଲାଗୁ କରାଯିବ ।