Odia News Portal

ବନ୍ଧୁକ ତିଆରି କାରଖାନା ଠାବ କଲା ପରଜଙ୍ଗ ପୋଲିସ, ଜଣେ ଗିରଫ

ଅନୁଗୁଳ: ଗତ ୭ ତାରିଖ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ପୋଲିସ ମିଳିତ ହୋଇ ମହାବିରୋଡ଼ ଅନ୍ତର୍ଗତ ବାମ ଗ୍ରାମର ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିଛନ୍ତି ।ଉକ୍ତ ସ୍ଥାନରୁ ସମ୍ପୂର୍ଣ୍ଣ ତିଆରି ବନ୍ଧୁକ, ଅଧା ତିଆରି ବନ୍ଧୁକ, ଲୁହ ଓ କାଠ ସାମଗ୍ରୀ, ବନ୍ଧୁକ ତିଆରି ଯନ୍ତ୍ରପାତି ଆଦି ଜବତ କରାଯାଇଛି । ଏହି କାରଖାନାରୁ ବନ୍ଧୁକ ତିଆରି କରି ବାହାରେ ବିକ୍ରି କରାଯାଉଥିବା ବେଳେ ଫାଣ୍ଡି ଅନ୍ତର୍ଗତ ଗ୍ରାମ-ବାମ ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣା, ପିତା ସ୍ବର୍ଗତ ନିତନ ମହାରଣାଙ୍କୁ ଗିରଫ କରାଯାଇଅଛି । ପରଜଙ୍ଗ ଥାନା ମାମଲା ସଂଖ୍ୟା ୪୦୮ ତା ୦୭.୧୦.୨୦୨୧ ୟୁ/ଏସ ୨୫ ଆର୍ମସ ଆର୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଅଛି । ଏ ସମ୍ପର୍କରେ ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ବନ୍ଧୁକଗୁଡ଼ିକୁ ସେ କେଉଁ ସ୍ଥାନରେ ଓ କାହାକୁ ବିକ୍ରି କରୁଥିଲେ ସେ ବିଷୟରେ ପୋଲିସ ପକ୍ଷରୁ କୋଣସି ସୂଚନା ଦିଆ ଯାଇନାହିଁ। ଫାଣ୍ଡି ଠାରୁ କିଛି ଦୂରରେ ଏପରି ବନ୍ଧୁକ କାରବାର ହେଉଥିଲା କିନ୍ତୁ ଫାଣ୍ଡି ପୋଲିସ ପାଖରେ କୌଣସି ସୂଚନା କିପରି ପୂର୍ବରୁ ନ ଥିଲା ତାହା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତଦନ୍ତରେ ବାଧାହେବ ବୋଲି ବିଶେଷ ସୂଚନା ଦେବାକୁ ଥାନାଧିକାରୀ ମନା କରିଛନ୍ତି । ଆଗାମୀ ଦିନରେ ଏହାର ଚେର କେଉଁ ପର୍ୟ୍ୟନ୍ତ ଲମ୍ବିଛି ଏବଂ କିଏ କିଏ ସମ୍ପୃକ୍ତି ଅଛନ୍ତି ତାହା ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।