Odia News Portal

ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ

ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୁତ ହେଲାଣି । ହେଲେ ସବୁ ଅଂଚଳର ଶୀତ ଠାରୁ ନିଆରା କନ୍ଧମାଳର ଶୀତ । ଶୀତ ସାଙ୍ଗକୁ ଘନ କୁହୁଡି କନ୍ଧମାଳର ପରିବେଶକୁ ଆକର୍ଷଣୀୟ କରିଛି । ଚଳିତ ବର୍ଷର ପହିଲି ଶୀତର ମଜା ଉଠାଇବା ସହ ଫିଟ୍ ରହିବା ପାଇଁ ପ୍ରାତଃ ଭ୍ରମଣରେ ବାହାରି ଯାଉଛନ୍ତି ଲୋକେ । ସ୍ଥାନୀୟ ଅଂଚଳର ପାର୍କ ଓ ଜିମରେ ଭିଡ ହେଉଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି, ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, ରାଇକିଆ, ତୁମୁଡିବନ୍ଧ, କ.ନୂଆଗାଁ ଏବଂ ଫିରିଙ୍ଗିଆ ଅଂଚଳରେ ସପ୍ତାହେ ହେବ ପାରଦ ତଳକୁ ତଳ ଖସୁଛି । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଛି ।