Odia News Portal

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ଲଗାତର ଭାବେ ବଢୁଥିବା ତୈଳ ଦର ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଉଛି । ଦର ହ୍ରାସ ହେବାର ନାଁ ନେଉନି । ଏନେଇ ସମସ୍ତେ ଚିନ୍ତାରେ । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ ୩୧ ରୁ ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦରରେ ୩୩ ରୁ ୩୭ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୬.୮୯ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୫.୬୨ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୭.୪୪ ଟଙ୍କା ଏବଂ ଡିଜେଲ ୯୮.୭୩ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୧୧୨.୭୮ ଟଙ୍କା ଏବଂ ଡିଜେଲ ଦର ୧୦୩.୬୩ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୩.୯୨ ଟଙ୍କା ଏବଂ ଡିଜେଲ ୯୯.୯୨ ଟଙ୍କା ରହିଛି ।

ସୂଚନାଯୋଗ୍ୟ ଓଡିଶା, ଆନ୍ଧପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି ।