Odia News Portal

ପୋଗାସସ୍ ମାମଲାରେ ଏମିତି ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପେଗାସସ୍ ସ୍ପାଏୱେୟାର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ଏକ ବିଶେଷଜ୍ଞ କମିଟି ଦ୍ୱାରା ପେଗାସସ୍ ଗୁପ୍ତଚର ମାମଲା ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କଡା ମନ୍ତବ୍ୟ ଦେଇଥିବା ବେଳେ ଏହା ମଧ୍ୟ କହିଛନ୍ତି ଯେ, କୌଣସି ମୂଲ୍ୟରେ ଲୋକଙ୍କ ଗୁପ୍ତଚର କାର୍ୟ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ସେପ୍ଟେମ୍ବର ୧୩ ରେ ପ୍ରଧାନ ବିଚାରପତି ଏନ.ଭି ରାମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଏହି ମାମଲାରେ ନିଜର ରାୟ ସଂରକ୍ଷଣ କରି କହିଥିଲେ ଯେ ନାଗରିକଙ୍କ ଗୁପ୍ତଚର ଅଭିଯୋଗରେ କେନ୍ଦ୍ର ପେଗାସସ ସଫ୍ଟୱେୟାରକୁ ବେଆଇନ ଭାବେ ବ୍ୟବହାର କରିଛି କି ନାହିଁ ତାହା ଜାଣିବାକୁ ଚାହୁଁଛି। ବେଞ୍ଚ ଏକ ମୌଖିକ ନୀରିକ୍ଷଣ କରିଛି ଯେ, ଏହା ଉପରେ ଦୃଷ୍ଟି ରଖିବା ପାଇଁ ଏହା ଏକ ବୌଷୟିକ ବିଶେଷଜ୍ଞ କମିଟି ଗଠନ କରିବ।

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଥିରେ କେନ୍ଦ୍ର ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଖଣ୍ଡନ କରାଯାଇ ନାହିଁ, ତେଣୁ ଆବେଦନକାରୀଙ୍କର ପ୍ରିମା ଫେସୀ ଆବେଦନକୁ ଗ୍ରହଣ କରିବା ଛଡା ଆମର କୌଣସି ବିକଳ୍ପ ନାହିଁ, ଆମେ ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରୁଛୁ ଯାହାର କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିରିକ୍ଷଣ କରାଯିବ। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର.ଭି ରବିନ୍ଦ୍ରନ୍ କମିଟିର ଅଧ୍ୟକ୍ଷ ହେବେ। ଏଥିରେ ଶ୍ରୀ ଆଲୋକ ଯୋଶୀ ସଦସ୍ୟ ରହିବେ।