Odia News Portal

ଆଜି ପୋଗାସସ୍ ମାମଲାର ରାୟ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଏହି ପ୍ରସଙ୍ଗରେ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଏହାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ କମିଟି ଗଠନ କରିବେ ବୋଲି ସଙ୍କେତ ଦେଇଥିଲେ ।

ସେପ୍ଟେମ୍ବର ୨୩ରେ ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କହିଥିଲେ ଯେ ସେ ଏକ କମିଟି ଗଠନ କରିବାକୁ ଚାହୁଁଛନ୍ତି। କିଛି ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ କମିଟିରେ ଯୋଗଦେବାକୁ ସେମାନଙ୍କର ଅକ୍ଷମତା ପ୍ରକାଶ କରିଛନ୍ତି। ଏହି କାରଣରୁ ଆଦେଶ ଦେବାରେ ବିଳମ୍ବ ହେଉଛି |

ମାମଲାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ୧୫ଟି ଆବେଦନ ବିଚାରାଧୀନ ଅଛି। ବରିଷ୍ଠ ସାମ୍ବାଦିକ ଏନ୍ ରାମ, ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି।