କାଉଡ଼ିଆଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ବଡ଼ ପଦକ୍ଷେପ । କାଉଡ଼ିଆ ଙ୍କୁ ରିଫ୍ଲେକଟେଡ଼ ଟେପ ଓ ଜ୍ୟାକେଟ ପ୍ରଦାନ କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । କାରଣ ରାତି ସମୟରେ ଗାଡି ଲାଇଟରେ ଏହି ଜ୍ୟାକେଟ ଆଲୋକିତ ହେବାଦ୍ୱାରା କୌଣସି ଅଘଟଣ ଘଟିବ ନାହିଁ ଓ ସୁରକ୍ଷିତ ଭାବରେ ନିଜର ଗନ୍ତବ୍ୟ ସ୍ଥଳରେ ପହଁଚି ପାରିବେ କାଉଡ଼ିଆ । ଅନ୍ୟପଟେ ମହାନଦୀ ରେ ବନ୍ୟା ଜଳ ପ୍ରବାହ ହେଉଥିବା କାରଣରୁ କଟକ ଗଡ଼ଗଡ଼ିଆ ନିକଟରେ ବ୍ୟପାକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଡ଼ଗଡ଼ିଆ ଘାଟରେ ପାଣି ଉଠାଇବା ସମୟରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏହାସହ କଉଡ଼ିଆ ମାନଙ୍କ ସୁରକ୍ଷା ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା ପାଇଁ କଟକ ରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାବ୍ୟତୀତ ଓଡ୍ରାଫ ଟିମ ଓ NDRF ଟିମ ନଦୀ କୂଳରେ ଉପସ୍ଥିତ ରହିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ସମସ୍ତ କାଉଡ଼ିଆଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି ପୋଲିସ କମିଶନର ।
