Odia News Portal

ମହଙ୍ଗା ପଡ଼ିପାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରା

ଅନୁଗୁଳ: ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ପ୍ରତିବାଦ ଆରମ୍ଭ କରିଛି ବିଜେପି । ତେବେ ଗତକାଲି ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଦେଇଥିଲେ ବିଜେପି କର୍ମୀ । ଆଜି ଏନେଇ ଥାନାରେ ଫେରାଦ ଦେଇଛନ୍ତି ବିଜେଡ଼ି କର୍ମୀ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଥାନାରେ ଏତଲା ହୋଇଛି । ପୋଷ୍ଟର ଚିରିଥିବା ବିଜେପି କର୍ମୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି । ତେବେ ଏହି ପୋଷ୍ଟର ରାଜନୀତି ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଥାଉକି, ଗତକାଲିଠାରୁ କ୍ୟାମ୍ପେନ ମୋଡରେ ଆରମ୍ଭ ହୋଇଛି ଟିକାଦାନ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ମରାଯାଇଛି । ଯାହାକୁ ବିରୋଧ କରିଛନ୍ତି ବିଜେପି କର୍ମୀ । ପ୍ରଧାନମନ୍ତ୍ରୀ ପୋଷ୍ଟର ଲଗାଯାଉ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି । ତେବେ ଗତକାଲି ପ୍ରଥମେ ବାଲେଶ୍ୱରରେ ଦେଖିବାକୁ ମିଳିଥିଲା ଏହି ବିବାଦ । ପରେ ପରେ ଜୟପୁର, ରାୟଗଡ଼ା, ଅନୁଗୁଳ ଓ ଆଜି ବ୍ରହ୍ମପୁରରେ ପ୍ରତିବାଦ ଦେଖିବାକୁ ମିଳିଛି ।