Odia News Portal

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଭାତ

କଟକ: ଏସସିବିରେ ଚିକତ୍ସିତ ହେଉଥିବା ଓଟିଭି କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଅରିନ୍ଦମଙ୍କ କଥା ମନେପକେଇ କାନ୍ଦିଛନ୍ତି ପ୍ରଭାତ । ମେଡିକାଲରୁ ଡିସଚାର୍ଜ ହେବା ପରେ ପ୍ରଭାତ କହିଛନ୍ତି, ଅରିନ୍ଦମ ଓ ମୁଁ ଏକାଠି ସବୁ ଜାଗାକୁ ନ୍ୟୁଜ କଭର କରିବାକୁ ଯାଉ। ହେଲେ ମୁଁ ରହିଗଲି, ସେ ଚାଲିଗଲା। ମନରେ ସବୁଦିନ ପାଇଁ ଏହି ଦୁଃଖ ରହଗଲା।


ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ମୁଣ୍ଡଳିଠାରେ ଫସି ରହିଥିବା ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମ ସହ ବୋଟ୍ରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ବି ଯାଇଥିଲେ। ମାତ୍ର ମଝି ନଦୀରେ ବୋଟ୍ଟି ଓଲଟି ପଡ଼ି ଅରିନ୍ଦମ ଓ ଜଣେ ଓଡ୍ରାଫ କର୍ମଚାରୀ ସୀତାରମ ମୁର୍ମୁଙ୍କ ମୃତ୍ୟୁ ଘଟିଥିଲା।