Odia News Portal

ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଜେଲରୁ ମୁକୁଳିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଠକେଇ ମାମଲାରେ ଜେଲରେ ଥିବା ଗୋପାଳପୁର ବିଧାୟକ ଜେଲରୁ ମୁକୁଳିଛନ୍ତି । ଝାରପଡ଼ା ଜେଲରୁ ଆଜି ମୁକୁଳିଛନ୍ତି ପ୍ରଦୀପ । ୨୦୨୦ ଡିସେମ୍ବର ୩ ତାରିଖରେ ଗିରଫ ହୋଇଥିଲେ ପ୍ରଦୀପ । ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଗୋଳନ୍ଥରା ଥାନାରେ ତାଙ୍କ ବିରୋଧରେ ହୋଇଥିବା ମାମଲାରେ କାଲି ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ । ପାଠକ ବାପା ପୁଅଙ୍କ ସହ ଫସିଥିଲେ ପ୍ରଦୀପ ।