Odia News Portal

ଖେଳରତ୍ନ ପାଇଁ ପ୍ରମୋଦ ଭଗତଙ୍କ ନାଁ ସୁପାରିସ୍

ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ଲାଗି ସୁପାରିସ୍ । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ମନୋନୀତ ହେଲେ ୧୧ ଜଣ ଭାରତୀୟ ଖେଳାଳି । ବୁଧବାର ନ୍ୟାସନାଲ ସ୍ପୋଟର୍ସ ଆୱାର୍ଡ କମିଟି ଏହି ୧୧ ଜଣ ଖେଳାଳିଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ କରିଛି । ତେବେ ଦେଶର ଏହି ସବୋର୍ଚ୍ଚ ଖେଳ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ସୁନାପୁଅ ନୀରଜ ଚୋପ୍ରା । ତାଙ୍କ ସହିତ ଟୋକିଓରେ ଦେଶର ଟେକ ରଖିଥିବା ରବି ଦହିୟା, ଭାରତୀୟ ହକି ଦଳର ଗୋଲ କିପର ପି.ଆର. ଶ୍ରୀଜେଶ ଓ ଲଭଲିନା ମଧ୍ୟ ଖେଳରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ ସହିତ ଭାରତୀୟ ମହିଳା କ୍ରିକେଟର ମିଥାଲି ରାଜ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ ମଧ୍ୟ ଭାରତର ଏହି ସର୍ବୋଚ୍ଚ ଖେଳ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।

୨୦୨୧ ଅଲିମ୍ପିକ୍ସ ଭାରତ ପାଇଁ ଗର୍ବ ଓ ଗୌରବ ଆଣିଥିଲା । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଯାହାପରେ ଏହି ଖେଳାଳିମାନଙ୍କୁ ଏବେ ଖେଳରତ୍ନ ସମ୍ମାନ ଦେବାକୁ ମନୋନୀତ କରାଯାଇଛି । ତେବେ ପାରାଲିମ୍ପାନ୍ ଅଭନି ଲେଖାରାଙ୍କ ନାଁ ମଧ୍ୟ ଖେଳରତ୍ନ ପାଇଁ ମନୋନୀତ ହୋଇଛି । ତାଙ୍କ ସହିତ ଓଡିଆ ପୁଅ ନୀରଜ ଚୋପ୍ରା ମଧ୍ୟ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।