Odia News Portal

ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରମୋଦ

କେନ୍ଦୁଝର: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଫେରିଛନ୍ତି ପ୍ରମୋଦ ଭଗତ । ଆଜି ସେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି । ରବିବାର ସକାଳେ ଅଲିମ୍ପିକ ସ୍ଵର୍ଣ ବିଜେତା ପ୍ରମୋଦଓ ତାଙ୍କ କୋଚ୍ ଶିବ ପ୍ରଶାଦ ଦାଶ ତାରିଣୀ ମାଆଙ୍କ ଦର୍ଶନ କରିବାକୁ ଆସିଥିଲେ।ସେଠାରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ୱାଗତ କରା ଯାଇଥିଲା। ତାଙ୍କୁ ମାଆଙ୍କ ଫୋଟୋ ଚିତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଘଟଗାଁ ପ୍ରେସ କ୍ଲବ ପକ୍ଷରୁ ସଭାପତି ପ୍ରଦୀପ କୁମାର ଶା, ଛବିନ୍ଦ୍ର ଜେନା ଓ ଭବାନୀ ମହାନ୍ତଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଶ୍ରୀ ଭଗତଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ମନ୍ଦିରରୁ ମୁକୁନ୍ଦପୁର ପାଟଣା ପର୍ୟ୍ୟନ୍ତ ଏକ ଶୋଭାଯାତ୍ରାରେ ସୁନାପୁଅ ଭଗତଙ୍କୁ ନିଆଯାଇ ପଞ୍ଚ।ୟତ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।