Odia News Portal

ସେୟାର ମାର୍କେଟରେ ଲାଗିଛି ପ୍ରତାପଙ୍କ ଟଙ୍କା

ଭୁବନେଶ୍ବର: ଯେତେ ଖୋଜିଲେ ସେତେ ସମ୍ପତ୍ତି ମିଳୁଛି। OPHWCର ନିଲମ୍ବିତ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କ କଳାଧନ ପେଡ଼ି ଖୋଲୁଛି ଭିଜିଲାନ୍‌ସ । ସେୟାର ଓ ଡିବେଞ୍ଚରରେ ସେ ପ୍ରାୟ ୧ କୋଟି ୭ ଲକ୍ଷ ୩୭ ହଜାର ୮୩୧ ଟଙ୍କାର ନିବେଶ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଭିଜିଲାନ୍‌ସ ତାଙ୍କର ଇନଭେଷ୍ଟମେଣ୍ଟ ଓ ସେୟାର ସଂପର୍କିତ ଡକ୍ୟୁମେଣ୍ଟ ଜବତ କରିଛି । ପ୍ରତାପ ଆଉ କେଉଁ ଥିରେ କଳା ଟଙ୍କା ଖଟାଇଛନ୍ତି ତାର ଚାଲିଛି ଖୋଳତାଡ଼ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ-OPHWCର ନିଲମ୍ବିତ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲ ।

କଳା ଧନ ଟଙ୍କାରେ ପ୍ରତାପ ତିଆରି କରିଥିଲେ ୨ଟି ଓଡ଼ିଆ ସିନେମା। ସିନେମାରେ ପତ୍ନୀ ସସ୍ମିତା ସାମଲ ଥିଲେ ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ନିଜେ ମଧ୍ୟ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ । ଭିଜିଲାନ୍ସ OFDCକୁ ପ୍ରତାପ ସାମଲଙ୍କ ସିନେମାରେ ନିବେଶ ସଂପର୍କିତ ତଥ୍ୟ ମାଗିଛି । ଭିଜିଲାନ୍ସ ରେଡ୍‌ରେ ପ୍ରତାପଙ୍କ ଘରୁ ୧୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଯାହାକି ପ୍ରତାପଙ୍କ ଆୟର ହଜାରେ ୨୨ ପ୍ରତିଶତ ଅଧିକ । ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ରିମାଣ୍ଡରେ ଆଣିପାରେ ଭିିଜିଲାନ୍ସ ।