Odia News Portal

କବିସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ଘୋଷଣା

ଭୁବନେଶ୍ୱର: ୨୦୧୯ ଓ ୨୦ ପାଇଁ କବିସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ଘୋଷଣା କରାଯାଇଛି । ଅଭିନୟ ଓ ନିର୍ଦ୍ଦେଶନା ପାଇଁ ସମ୍ମାନିତ ହେବେ ଅନନ୍ତ ମହାପାତ୍ର । ଓଡିଶୀ ନୃତ୍ୟ ପାଇଁ କୁମକୁମ ମହାନ୍ତିଙ୍କୁ କବିସମ୍ରାଟ ଭଂଜ ସମ୍ମାନ ମିଳିବ । ପ୍ରଥମ ଥର ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ସୁନନ୍ଦା ସମ୍ମାନ ଘୋଷଣା ହୋଇଛି । ହିନ୍ଦୁସ୍ତାନୀ ସଙ୍ଗୀତ ପାଇଁ ସୁନନ୍ଦା ସମ୍ମାନ ପାଇବେ ଡ.ରଘୁନାଥ ସାହୁ ।