Odia News Portal

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କିରାଣି ଗିରଫ

ପୁରୀ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ପୌରପାଳିକାର ଆଇସିଡିଏସ କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧.୭୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଜବତ ହୋଇଛି । ଆସନ୍ତା ୨୪ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତଙ୍କୁ ତାଙ୍କୁ ପଠାଯାଇଛି । ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କିରାଣି ଥିଲେ କୃଷ୍ଣଚନ୍ଦ୍ର । ଅଭିଯୋଗ ହେବା ପରେ ଏକକାଳୀନ ୩ଟି ସ୍ଥାନରେ କରାଯାଇଥିଲା ଚଢ଼ାଉ । ପୁରୀସ୍ଥିତ ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରିସ୍ଥିତ ପୈତୃକ ବାସଭବନ ଏବଂ ଭୁବନେଶ୍ୱର ନୂଆଗାଁରେ ଥିବା ୩ ମହଲା ଘରେ ରେଡ କରାଯାଇଛି । ତିନୋଟି ଟିମ ଏକ ସମୟରେ ଚଢ଼ାଉ କରିଥିଲେ । ଛୁଆଙ୍କ ଛତୁଆ ଦୁର୍ନୀତିରେ ତାଙ୍କ ନାମ ଜଡିତ ହେବା ପରେ ଚଢ଼ାଉ କରାଯାଇଛି ।