Odia News Portal

ରାୟଗଡ଼ାରେ ଜନ ଆଶୀର୍ବାଦ ରାଲିରେ ଯୋଗଦେଲେ ରେଳମନ୍ତ୍ରୀ

ରାୟଗଡା: କେନ୍ଦ୍ର ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆଜି ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ଠାରୁ ରେଳ ଯୋଗ ଆସି ସେ ରାୟଗଡା ଠାରେ ପହଞ୍ଚିଛନ୍ତି। ରାୟଗଡା ରେଳ ଷ୍ଟେସନରେ ପହଞ୍ଚିବା ପରେ କିଛି ଯାତ୍ରୀ ସହିତ କଥା ହୋଇଥିଲେ। ସେହିଭଳି ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ସର୍କିଟ ହାଉସ ଅଣାଯାଇଥିଲା। ସକାଳ ୯ ଟା ସମୟରେ ତାଙ୍କର ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ସେ ବିଜେପି ପକ୍ଷରୁ ଆୟୋଜିତ ଜନ ଆଶୀର୍ବାଦ ରାଲିରେ ଯୋଗଦାନ କରିଥିଲେ। ସେହିଭଳି ସାଧାରଣ ଲୋକ ଓ ବିଭିନ୍ନ ସଂଗଠନ ସହ ମଧ୍ୟ ଆଲୋଚନା କରିଛନ୍ତି।