Odia News Portal

ଝିଆରୀକୁ ଦୁଷ୍କର୍ମ କରି ବନ୍ଧାହେଲା ଦାଦା

କେନ୍ଦୁଝର: ଲଜ୍ଜା । ପୁଣି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଇଛି ପଶୁ । କିଛି କ୍ଷଣର ସୁଖ ଲାଗି ସମ୍ପର୍କକୁ ଭୁଲିଯାଇଛି ନରରାକ୍ଷସ । ଝିଆରୀକୁ ଦୁଷ୍କର୍ମ କରି ବନ୍ଧା ହୋଇଛି ଅଭିଯୁକ୍ତ ଦାଦା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଗିରଫ ଅଭିଯୁକ୍ତ ଜଣକ ହେଲା ନୂଆଖମଣ ଗାଁର ଭୋଳେଶ୍ୱର ମୁଣ୍ଡା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ରିପୋର୍ଟ ମୁତାବକ, ପିଡ଼ିତା ଜଣକ ରବିବାର ସଦ୍ଧ୍ୟାରେ ଶୌଚ ହେବାକୁ ଯାଇଥିଲେ । ଏକୁଟିଆର ଯାଇଥିବାବେଳେ ଅନ୍ଧାରର ସୁଯୋଗ ନେଇ ମାଡ଼ି ବସିଥିଲା ଦାଦା । ମନଭରି ଉପଭୋଗ କରିବା ପରେ ଛାଡ଼ିଦେଇଥିଲା । ଆଉ ଏକଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ତେବେ ପିଡ଼ିତା ଜଣକ ଘରକୁ ଆସିବା ପରେ ପରିବାର ଲୋକଙ୍କ ସାମ୍ନାରେ ସବୁ କହିଥିଲା ।

ପ୍ରଥମେ ଗାଁରେ ଅଭିଯୋଗ କରିଥିଲେ ପରିବାର ଲୋକେ । କଙ୍ଗାରୁକୋର୍ଟରେ ବିଚାର ହୋଇଥିଲା କି ପିଡ଼ିତାଙ୍କ ପରିବାରକୁ ଲକ୍ଷେ ଟଙ୍କା ଦେବ ଅଭିଯୁକ୍ତ । ବୁକିଛି ବିଚାର ସରିଥିଲା । ତେବେ ଅଭିଯୁକ୍ତଙ୍କ ପତ୍ନୀ ଗାଳି ଗୁଲଜ କରିବା ସହ ଟଙ୍କା ନଦେବାକୁ ମନା କରିବା ପରେ ପିଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି ।