ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଲାଗି ପ୍ରସ୍ତୁତି ଆରମ୍ଭ । ଆଜିଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ମନ୍ଦିରରୁ ତିନି ବାଡ଼ରୁ ପୂଜା ପଣ୍ଡା ସାମନ୍ତ ମାନେ ଆଜ୍ଞା ମାଳ ବିଜେ କଲା ପରେ ତିନି ରଥ ଲାଗି କାଠ ଅନୁକୂଳ ହୋଇଥିଲା । ଆଜିଠାରୁ କର୍ତ୍ତି ସେବକ ମାନେ ଫାଶୀ କାଠକୁ କାଟି ତୁମ୍ବ ନିର୍ମାଣ କରିବେ । ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ତିନି ରଥର ଚକ ଲାଗି ତୁମ୍ବ ପ୍ରସ୍ତୁତ କରାଯିଵ । ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଚକ ନିର୍ମାଣ କାର୍ଯ୍ୟ କରାଯିବ ।
ସେହିଭଳି ଗତ କାଲି ର ସୂଚନା ଥିଲା କି, ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ ଘେରାଇ ରଖାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା ସମ୍ପାଦନା କରିଥିଲେ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ ହୋଇଥିଲା କୁରାଢ଼ି ।
