Odia News Portal

ରଥଯାତ୍ରା: ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ: ପୁରୀ ବ୍ୟତିତ ଅନ୍ୟ ଜାଗାରେ ରଥଯାତ୍ରା ନେଇ ଉଠିଥିଲା ପ୍ରସଙ୍ଗ । ଆଜି ଏହାକୁ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ଏସମ୍ପର୍କରେ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନାକଲେ । କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ଲାଗି ୫ଟି ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ଲାଗି ୪ଟି ଓ ଭଟଲୀ ଲାଗି ଗୋଟିଏ ମାମଲା ହୋଇଥିଲା । ଏହାକୁ ହସ୍ତକ୍ଷେପ କରିନାହାଁନ୍ତି ହାଇକୋର୍ଟ । ଏହାସହ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

ସୂଚନା ଥାଉକି, କରୋନା କଟକଣା ଲାଗି ଚଳିତ ବର୍ଷ ପୁରୀ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ମିଳିନାହିଁ । ବିନା ଭକ୍ତରେ ହେବ ରଥଯାତ୍ରା । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା କରାଇବାକୁ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା । ଏପରିକି ହାଇକୋର୍ଟରେ ମାମଲା ପହଞ୍ଚିଥିଲା । ଶେଷରେ ଆଜି ହାଇକୋର୍ଟ ହସ୍ତକ୍ଷେପ ଲାଗି ମନା କରିଦେଇଛନ୍ତି ।