Odia News Portal

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ: ଚଳିତ ବର୍ଷ ଜୋରଦାର ଚାଲିଛି ରଥଧ ନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସରିଯାଉଛି । ଶୁକ୍ରବାର ତାଗ ବାଡ଼ିଆ ସରି ପଟା ଫିଟିଂ ଆରମ୍ଭ ହୋଇଛି । ଶନିବାର ଦିନ ରଥରେ କଇଁଚି ବାଡ଼ିଆ ସହ ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍ ଦେବାଦେବୀଙ୍କୁ ସଫା କରି ରଥ ରଙ୍ଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ତିନି ରଥର ଚାରି ନାହାକା ବାନେ୍ଧଣି ପାଇଁ ତଳ କଇଁଚି ଫିଟିଂ ହୋଇଛି । ପ୍ରଥମ ଭୂଇଁରେ କଇଂଚି ଲାଗିଛି । ରଥର ବାନେ୍ଧଣୀ ହେଉଛି ‘କଇଁଚି’ । ଚାରିନାହାକାର ଉଭୟ ପାଶ୍ୱର୍ରେ କଇଁଚି ଛନ୍ଦାଯାଏ । ଦୁଇଟି ଲେଖାଏଁ କାଠକୁ ଛନ୍ଦାଯାଇ ଚାରିନାହାକା ଓ ଗରଗରା ସହ ଗୟଳରେ ପିଟାଯାଏ । କଇଁଚି ଲାଗିବାଦ୍ୱାରା ରଥ ଆଉ ଝାଙ୍କି ନଥାଏ । ଏହା ସ୍ଥାପନ ହେବା ଦ୍ୱାରା ରଥଗୁଡିକ ଅଧିକ ମଜଭୁତ ହୁଏ । ବିଶ୍ୱକର୍ମାଙ୍କୁ ଭୋଇସେବକ ଓ କମାର ସେବକମାନେ ରଥରେ କଇଁଚି ଲାଗିବାରେ ସାହାଯ୍ୟ କରିଥିଳେ । ରଥର ପୋଟଳ କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଛି ।

ସୂଚନା ଥାଉକି, ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଲାଗି ଅନୁମତି ମିଳିଛି । ଆସନ୍ତା ମାସ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ତେବେ ପୁରୀ ଛଡ଼ା ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରାକୁ ଅନୁମତି ମିଳିନାହିଁ । ଦେବସ୍ନାନ ସରିବା ପରେ ଏବେ ମହାପ୍ରଭୁ ଅଣସର ଘରେ ଜ୍ୱରରେ ପଡିଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି ।