Odia News Portal

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଯାତ୍ରା । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ପ୍ରଶାସନ ସୂଚନା ଦେଇଛି । ସେପଟେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ମୌସୁମୀ ପ୍ରଭାବରେ ବର୍ଷା ହୋଇଥିଲେ ସୁଦ୍ଧା କାମ ବେଶ ଜୋରଦାର ଚାଲିଛି । ଆଜି ତିନିରଥର ଉଠିଛି ଚାରିନାହାକା। ପ୍ରଥମେ ତାଳଧ୍ଵଜ ରଥ, ତାପରେ ନନ୍ଦିଘୋଷ ଓ ସର୍ବଶେଷରେ ଦେବଦଳନ ରଥର ନାହାକା ଉଠିଛି। ଭୋଇ ସେବକ ମାନେ ନାହାକା ଉଠାଇ ତୃତୀୟ ହରିବୋଲ ପକାଇଛନ୍ତି।