Odia News Portal

ଘୋଷଯାତ୍ରା ଲାଗି ସ୍ଥିର ହେଲା ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେଟାରେ ହେବ ରଥଟଣା

ପୁରୀ: ଆସନ୍ତାକାଲି ରଥଯାତ୍ରା । ଏହାପୂର୍ବରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ତେବେ ନଜର ପକାନ୍ତୁ କଣ ରହିଛି ନୀତି ନିର୍ଘଣ୍ଟ ।
ରଥଯାତ୍ରା ନୀତି ନିର୍ଘଣ୍ଟ :
ଭୋର୍ ୪.୩୦: ମଙ୍ଗଳ ଆଳତୀ
ସକାଳ ୫ଟା: ମଇଲମ, ତଡପଲାଗି, ରୋଷହୋମ
ସକାଳ ୫.୩୦: ଅବକାଶ
ସକାଳ ୫.୪୫: ସୂର୍ଯ୍ୟପୂଜା
ସକାଳ ୬ଟା: ଦ୍ୱାରପାଳ ପୂଜା, ବେଶ ଶେଷ
ସକାଳ ୬.୩୦ରୁ ୭.୩୦: ଗୋପାଳ ବଲ୍ଲଭ ଓ ସକାଳ ଧୂପ
ସକାଳ ୮ଟା: ରଥ ପ୍ରତିଷ୍ଠା
ସକାଳ ୮.୧୫: ମଙ୍ଗଳାର୍ପଣ
ସକାଳ ୮.୩୦: ପହଣ୍ଡି ଆରମ୍ଭ
ସକାଳ ୧୧.୩୦- ପହଣ୍ଡି ଶେଷ
ଦିନ ୧୨.୪୫ରୁ ଦିନ ୨ଟା- ଛେରା ପହଁରା
ଦିନ ୨ରୁ ୩ଟା- ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା
ଦିନ ୩ଟା- ରଥଟଣା ଆରମ୍ଭ