Odia News Portal

ପ୍ରେମକୁ ନେଇ ଯୁଵକକୁ ହତ୍ୟା ସନ୍ଦେହ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ମହକୂମା ଦୁଵେକଲୋନୀ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ କାଲି ଏକ ବନ୍ଦ କୋଠରୀ ପଛରେ ଥିବା କୂଅରୁ ରସିଲଗାଇ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଖବର ପାଇ ମୁନିଗୁଡା ପୋଲିସ ଆଇ ଆଇ ସି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାରକରିଛନ୍ତି ।ଆଜି ପୋଷ୍ଟ ମଟମ କରି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ସୂଚନାନୁସାରେ ମୃତ ପ୍ରକାଶ ସାହା ତାଙ୍କ ପଡିଶା ଘର ଝିଅ ସହ ପ୍ରେମ ସଂପର୍କରେ ଥିଲେ,ପ୍ରେମକୁ ନେଇ ହତ୍ୟା ହୋଇଥାଇ ପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି ।ପ୍ରକୃତ ମୃତ୍ୟୁ ର ରହସ୍ୟ ସାଇଣ୍ଟିଫିକ୍ ଟିମର ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟପରେ ସଵୁ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଶୁଣିବାକୁ ମିଳୁଛି। ସେନେଇ ପୋଲିସି ତଦନ୍ତ ଜାରି ରଖିଛି।