Odia News Portal

ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର

ନୂଆଦିଲ୍ଲୀ: ଆଜି ମୋଦିଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବ । ତେବେ ଏହା ପୂର୍ବରୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ପିଟିଆଇ ସୂତ୍ରରୁ ଏହି ଖବର ମିଳିଛି । ତେବେ ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କେତେଜଣଙ୍କୁ ସ୍ଥାନ ମିଳିବ ଓ କାହାକୁ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ବହୁ ବରିଷ୍ଟ ମନ୍ତ୍ରୀଙ୍କ ପଦ ହଟିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।