ରାଜ୍ୟର ଦେଖାଦେଇଥିବା ବନ୍ୟା ପରିସ୍ଥିତିକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।ବନ୍ୟାରେ 15 ଟି ଜିଲ୍ଲା ବିପଦ ମୁକ୍ତ ରହିଛି । ଆଉ 15ଟି ଜିଲ୍ଲା ପ୍ରଭାବିତ ହୋଇଛି । 57ଟି ବ୍ଲକ୍ 446ପଞ୍ଚାୟତର 13ସହ 62ଟି ଗାଁର ଲୋକ ପ୍ରଭାବିତ ହୋଇଛନ୍ତି । 2ଲକ୍ଷ 68ହଜାର 943 ଲୋକ ଜଳବନ୍ଦୀ ଅଛନ୍ତି। 21ହଜାର 380 ହେକଟର ଚାଷଜମି ସହ 700 ଘର ପ୍ରଭାବିତ ହୋଇଛି । 20ଟି ପଶୁମାନଙ୍କର ରହିବା ପାଇଁ ବ୍ୟବସ୍ଥା ହୋଇଛି । ମହାନଦୀରେ ଜଳ ବୃଦ୍ଧି ପାଉଛି । 24 ଘଣ୍ଟାରେ ବିପଦ ଟଳି ପାରେ। ଲୋକ ଘରକୁ ନ ଯିବା ଯାଏଁ ରିଲିଫ ସେଣ୍ଟର୍ ଚାଲିବ। ଲୋକଙ୍କୁ ସମସ୍ତ ସହଯୋଗ କରିବାକୁ ସରକାର ପ୍ରସ୍ତୁତ ରହିଛନ୍ତି । ବନ୍ୟା ପରବର୍ତ୍ତୀ ସମୟ ପରେ 72 ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଲୋକଙ୍କୁ ତାଙ୍କ ପ୍ରାପ୍ୟ ଦିଆଯିବ । ବିଶେଷ କରି ଚାଷୀଙ୍କୁ ତାଙ୍କ କ୍ଷତିର କପୋଜିଟ ପ୍ୟାକେଜ ଦେବୁ। କୃଷକଙ୍କର ଶସ୍ୟର ପ୍ରାପ୍ୟ ଦେବୁ। ପୁରୀ, ଜଗତସିଂପୁର , ଖୋର୍ଦ୍ଧା, କଟକରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁରରେ ସର୍ବାଧିକ ଘାଇ ହୋଇଛି । ତାପରେ ଭଦ୍ରକ ଜିଲ୍ଲାରେ ଘାଇ ସଂଖ୍ୟା ରହିଛି । ଯାହା ପାଇଁ ଏହି ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ପୂର୍ବରୁ ନଦୀ ଗୁଡିକରେ ହୋଇଥିବା ଘାଇ ଗୁଡ଼ିକ ଉପରେ ନଜର ରହିଛି । ତାର ତଥ୍ୟ ମଧ୍ୟ ମଗା ଯାଇ ଅନୁଧ୍ୟାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
