Odia News Portal

ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଋତୁପର୍ଣ୍ଣା । ଏକଲବ୍ୟ ପୁରସ୍କାର ଜୁରୀ କମିଟିରେ ଋତୁପର୍ଣ୍ଣାଙ୍କ ନାଁ ଚୟନ କରାଯାଇଛି । ପୁରସ୍କାର ସ୍ୱରୂପ ଋତୁପର୍ଣ୍ଣାଙ୍କୁ ମିଳିବ ନଗଦ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର । ସେହିଭଳି ଫୁଟବଲ୍ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ୱାସ୍ତି ସିଂ ଉପବିଜେତା ହୋଇଛନ୍ତି । ଉଭୟ ପ୍ୟାରୀ ଓ ସ୍ୱାସ୍ତିଙ୍କୁ ୫୦ ହଜାର ଲେଖାଏଁ ପୁରସ୍କାର ଏବଂ ମାନପତ୍ର ମଧ୍ୟ ମିଳିବ । ଇମ୍ଫା ପରିଚାଳିତ ‘ଇମ୍ଫାକ୍ଟ’ ଦ୍ୱାରା ୧୯୯୩ରେ ପ୍ରତିଷ୍ଠିତ ଏକଲବ୍ୟ ପୁରସ୍କାର ।