Odia News Portal

ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଟେଷ୍ଟ ଖେଳିବା ନେଇ ବଢ଼ିଲା ଆଶଙ୍କା

ଭାରତୀୟ ଦଳର ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବା ନେଇ ପୁଣି ଥରେ ଆଶଙ୍କା ଦେଖା ଦେଇଛି । ଶେଷ ୨ଟି ଟେଷ୍ଟ ପାଇଁ ରୋହିତ ଦଳରେ ସ୍ଥାନ ପାଇଛନ୍ତି । ଏବେ ସେ ସିଡନୀର ଏକ ୨ କକ୍ଷ ବିଶିଷ୍ଟ ଆପାର୍ଟମେଣ୍ଟ କ୍ୱାରେଣ୍ଟାଇନରେ ରହିଛନ୍ତି । ଅଷ୍ଟ୍ରେଲିଆର କ୍ୱାରେଣ୍ଟାଉନ ନିୟମ ଅନୁସାରେ, ୨୬ ତାରିଖରେ ରୋହିତଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ ହେଉଥିବା ବେଳେ ଟେଷ୍ଟରେ ରୋହିତଙ୍କ ଖେଳିବା ନେଇ ଆଶା ଆକାଂକ୍ଷା ଲାଗି ରହିଛି |

ଏହା ବ୍ୟତୀତ ସିଡନୀରେ କରୋନର ଦ୍ୱିତୀୟ ଲହରି ଆରମ୍ଭ ହୋଇଥିବାରୁ ନ୍ୟୁ ସାଉଥ୍‌ ୱେଲ୍ସ ସରକାର କଟକଣାକୁ ଆହୁରି କଡ଼ା କଡ଼ି କରିଛନ୍ତି । ଜାନୁଆରୀ ୭ ତାରିଖରୁ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ମେଲ୍‌ବୋର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ ଖେଳିସାରି ଦଳ ସିଡନୀ ଫେରିବ ।

ରୋହିତ ଶର୍ମା ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ମନୋନୀତ ହୋଇଥିବାରୁ ମେଲବୋର୍ଣ୍ଣ ଗସ୍ତ କରିବାର ଆବଶ୍ୟକତା ନାହିଁ ବୋଲି ବିସିସିଆଇ କହିଛି। ଅନ୍ୟ ପଟରେ ଦେଖିବାକୁ ଗଲେ କ୍ୱାରେଣ୍ଟାଇନ୍ ଅବଧି ଅଧାରୁ ରୋହିତଙ୍କୁ ସ୍ଥାନାନ୍ତରିତ କରିବା ସମ୍ଭବ ହୋଇନଥିବାରୁ ଭାରତୀୟ ଦଳ ସିଡନୀ ଫେରିବା ପରେ ରୋହିତ ଶର୍ମା ଦଳରେ ଯୋଗ ଦେବେ ।।