Odia News Portal

୫୦ ବର୍ଷରେ ପାଦ ଥାପିଲେ ସଚିନ ତେନ୍ଦୁଲକର

ସଚିନ ରମେଶ ତେନ୍ଦୁଲକର । ନାଁ ହିଁ ଯଥେଷ୍ଟ । ମୈଦାନରୁ ସିନା ଆଉଟ ହୋଇଛନ୍ତି । ହେଲେ ଲୋକଙ୍କ ହୃଦୟରେ ଏବେ ବି ସେ ନଟ୍ ଆଉଟ୍ । ଦୁଇ ଦଶନ୍ଧିର ସଫଳ କ୍ୟାରିୟର । ଆଜି ସେହି ଲିଜେଣ୍ଡ ତଥେ ମାଷ୍ଟର ବ୍ଲାଷ୍ଟରଙ୍କ ୫୦ତମ ଜନ୍ମଦିନ ।

ସଚିନ . . . ସିମ୍ପଲ, ଷ୍ଟାଇଲିସ, ସଲିଡ । କ୍ରିକେଟର ଭଗବାନ । ଦ ଗଡ ଅଫ କ୍ରିକେଟ । ଅନେକ ତ କ୍ରିକେଟ ଖେଳିଛନ୍ତି , ଷ୍ଟାର ବି ହୋଇଛନ୍ତି, ସୁପରଷ୍ଟାର ବି ହୋଇଛନ୍ତି । କିନ୍ତୁ ସଚିନ ହୋଇନାହାଁନ୍ତି । କାରଣ ତେନ୍ଦୁଲକରଙ୍କ ପରିବ ହେବା କ’ଣ ଏତେ ସହଜ ! ସଚିନ ତିଆରି ହେବା ପାଇଁ ସମୟ ନୁହେଁ, ପ୍ରତିବଦ୍ଧତା , ନିଷ୍ଠା, ଅଧ୍ୟବସାୟ, କଠିନ ପରିଶ୍ରମ ଦରକାର । ଦି ଲିଜେଣ୍ଡ, ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର । ଭାରତୀୟ କ୍ରିକେଟର କୋହିନୁର । ବ୍ୟାଟିଂ ଏବଂ ବଲର ବାଦଶାହ ।