Odia News Portal

ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ମୁମ୍ବାଇ ପୋଲିସର ସମନ

ମୁମ୍ବାଇ:  ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ଏନସିବିର ଖୋଳତାଡ ଜାରି ରହିଛି ।  ଜୋରଜବରଦସ୍ତି ଟଙ୍କା ମାଗିବା ଅଭିଯୋଗରେ ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ ଏବେ ତାର ତଦନ୍ତ ବଢାଇଛି । ଏବେ ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ଡକାଯାଇଛି । ମ୍ୟାନେଜର ପୂଜା ଦଦଲାନିଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି ଏସଆଇଟି ଟିମ । ତେବେ ମୁମ୍ବାଇ ପୋଲିସର ଏସଆଇଟି ଟିମ ସମନ ମିଳିବା ପରେ ପୂଜା ଦଦଲାନି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇ ନାହାନ୍ତି । ସେ ପୋଲିସକୁ ସମୟ ମାଗିଥିବା ଜଣାପଡିଛି । ସେପଟେ ମୁମ୍ବାଇ ପୋଲିସ କିରଣ ଗୋସାଭିଙ୍କ ଟଙ୍କା ଡିଲ ଓ ନିର୍ଯାତନା ମାମଲାର ଯାଚଂ କରୁଛି । ଏହି ମାମଲାରେ ମ୍ୟାନଜେର ପୂଜା ଦଦଲାନି ଙ୍କୁ ମଧ୍ୟ ପଚରାଉଚରା ହୋଇପାରେ  । ତେବେ ଶନିବାର ଦିନ ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ ସେ ହାଜର ହୋଇ ନାହାନ୍ତି ।