Odia News Portal

ମିଳିଲା ନିଖୋଜ ଝିଅର ମୃତଦେହ

ସମ୍ବଲପୁର: ମହାନଦୀ ସୁଅରେ ପରିବାର ଭାସିଯିବା ଘଟଣା । ନିଖୋଜ ଝିଅ ରୁକସାନାର ମିଳିଛି ମୃତଦେହ । ଅଗ୍ନିଶମ ବାହୀନି ପକ୍ଷରୁ ପାୱାର ବୋଟ ଓ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ବାପା-ପୁଅଙ୍କୁ କରାଯାଇଥିଲା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
ପେନସନପଡ଼ାର ଏମଡି ଅଲତାଫ ନିଜ ପୁଅ ଅଫତାବ ଓ ଝିଅ ରୁକସାନା ସହ ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ସମସ୍ତେ ଭାସି ଯାଇଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ଚେତାଶୂନ୍ୟ ଅବସ୍ଥାରେ ବାପା-ପୁଅକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
କିନ୍ତୁ ଗତକାଲି ଠାରୁ କୁନି ଝିଅ ରୁକସାନା ନିଖୋଜ ରହିଥିବା ବେଳେ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଚଳାଇଥିଲା । ସେପଟେ ଆଜି ସକାଳୁ ମଧ୍ୟ ସ୍କୁଭା ଟିମ ରୁକସାନାକୁ ଖୋଜିବାରେ ନିୟୋଜିତ ଥିଲେ । ବହୁ ଖୋଜାଖୋଜି ପରେ ରୁକାସାନାଙ୍କ ମୃତଦେହ ମହାନଦୀରୁ ମିଳିଥିବା ସୂଚନା ମିଳିଛି ।