Odia News Portal

ନିରାଶ କଲେ ସାନିଆ-ଅଙ୍କିତା ଯୋଡ଼ି

ଟୋକିଓ: ଟୋକିଓ ଅଲମ୍ପିକରେ ମହିଳା ଟେନିସ ଯୋଡ଼ି ନିରାଶ କରିଛନ୍ତି । ହାରିଲେ ସାନିଆ ଓ ଅଙ୍କିତା । ଭାରତ ପୁଣି ନିରାଶ । ଟୋକିଓ ଅଲିମ୍ପିକ୍ସର ମହିଳା ଟେନିସ ଡବଲରେ ଭାଗନେଇଥିବା ଭାରତୀୟ ମହିଳା ସାନିଆ ଓ ଅଙ୍କିତା ୟୁକ୍ରେନର ଏଲ. କିଚେନକ ଓ ଏନ.କିଚେନକଙ୍କ ଠାରୁ ୮-୧୦ ପଏଣ୍ଟରେ ପରାସ୍ତ ହୋଇଛନ୍ତି । ସାନିଆ ମିର୍ଜା ଏବଂ ଅଙ୍କିତା ରୈନା ଡବଲ୍ସ ଯୋଡି ପ୍ରଥମ ରାଉଣ୍ଡରୁ ବାହାରିଯାଇଛନ୍ତି । ଏହା ସହ ଭାରତର ମହିଳା ଡବଲ୍ସରେ ପଦକ ଜିତିବାର ସମ୍ଭାବନା ମଧ୍ୟ ଶେଷ ହୋଇଛି । ସାନିଆ ଏବଂ ଅଙ୍କିତାଙ୍କ ଯୋଡି ପ୍ରଥମ ରାଉଣ୍ଡରୁ ଆଉଟ୍ ହୋଇଛନ୍ତି । ଫଳରେ ଭାରତୀୟ ଯୋଡିଙ୍କ ଯାତ୍ରା ସରିଛି।