Odia News Portal

ସାନିଆ ମିର୍ଜାଙ୍କୁ ମିଳିଲା ବଡ ଦାୟିତ୍ୱ

ମହିଳା ପ୍ରିମିୟର ଲିଗ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ଅକ୍ସନ ମଧ୍ୟ ଶେଷ ହୋଇଛି । ପ୍ରତ୍ୟେକ ଫ୍ରାଞ୍ଚାଇଜି ଚମ୍ପିଆନ ଖେଳାଳିମାନଙ୍କୁ ନିଜ ନିଜର ଦଳରେ ସାମିଲ କରି ସାରିଛନ୍ତି । ଭାରତର ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ଆରସିବି କ୍ୟାମ୍ପରେ ଯୋଗ ଦେଇଥିବା ବେଳେ ଯେନିସ ତାରକା ସାନିଆ ମିର୍ଜା ମଧ୍ୟ ଏହି ଦଳରେ ଏକ ବଡ ଭୂମିକାରେ ନଜର ଆସିବେ ।

ମୁମ୍ବାଇରେ ଏହି ବଡ କ୍ରିକେଟ ଲିଗ ପାଇଁ ବିସିସିଆଇ ତରଫରୁ ନିଲାମ ପ୍ରକ୍ରିୟା ଆୟୋଜନ ହୋଇଥିଲା । ଏଥିରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜିର ମେଣ୍ଟର ଭାବରେ ନିଯୁକ୍ତି ଦିଆଯାଇଛି । ଦୁବାଇରେ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଥିବା ବେଳେ ଏହାପରେ ସେ ଆରସିବି ଫ୍ରାଞ୍ଚାଇଜିର ଏକ ଅଂଶ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ସୂଚନା ଅନୁସାରେ, ଟେନିସ ତାରକା ସାନିଆ ମିର୍ଜା କ୍ରିକେଟକୁ ଖୁବ ପସନ୍ଦ କରିଥାନ୍ତି । ତେବେ ଟେନିସରେ ସେ ଶିଖର ଛୁଇଁ ସାରିବା ପରେ ଏବେ କ୍ରିକେଟ ସହ ଯୋଡି ହେବାକୁ ଯାଉଛନ୍ତି ସାନିଆ ମିର୍ଜା ।