Odia News Portal

ରାଜଧାନୀରେ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ ଓଭର ବ୍ରିଜ। ୧୬ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ ଏନେଇ ଆସିଛି ଚିଠି। ୧ କିଲୋମିଟର ୩୦୦ମିଟର ଲମ୍ବା ହେବ ଫୁଟ ଓଭର ବ୍ରିଜ।

ସତ୍‌ସଙ୍ଗ ବିହାରର ଶ୍ୟାମା ପ୍ରସାଦ ମୂଖାର୍ଜୀ ପାର୍କ ନିକଟରେ ଏହି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ। ଏହାର ଲମ୍ବ ୧୩୦୦ ମିଟର ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଏହା ସହିତ ଭୁବନେଶ୍ୱର ସ୍ଥିତ ଏନ୍‌ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି ଫୁଟ୍ ଓଭର ବ୍ରିଜ୍‌ର ସବିଶେଷ ବ୍ୟୟ ଅଟକଳ ସହିତ ଡିଜାଇନ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ରାଜଧାନୀରେ ଆଉ ୨ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବା ପାଇଁ ପ୍ରସ୍ତାବ |ଏଥିପାଇଁ ସର୍ଭେ ଚାଲିଛି କହିଲେ ଏନଏଚଏଆଇ ନିର୍ଦ୍ଦେଶକ ରାମ ପ୍ରସାଦ ପଣ୍ଡା |ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଅଡିଟ ରିପୋର୍ଟ ସଂଗ୍ରହ ଚାଲିଛି |ରିପୋର୍ଟ ଆସିବାପରେ ଖୁବଶୀଘ୍ର ଆଉ ୨ଟି ଫୁଟ୍ ଓଭର ବ୍ରିଜ୍ | ଆବଶ୍ୟକ ଅନୁସାରେ ରସୁଲଗଡ଼-ପଳାଶୁଣି ରାସ୍ତାରେ ନିର୍ମାଣ ହେବ ଫୁଟ୍ ଓଭର ବ୍ରିଜ୍ | ସେହିଭଳି ଜୟଦେବ ବିହାର ନୟାପଲ୍ଲୀ ପୂଜା ମଣ୍ଡପ ମଧ୍ୟରେ ଆଉ ଗୋଟେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ | ଜୁନ ଶେଷ ସୁଦ୍ଧା ଖଣ୍ଡଗିରି ଓଭରବ୍ରିଜ ବ୍ୟବହାର ଉପଯୋଗୀ ହୋଇ ପାରିବ |

ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୫ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା ମିଳିଛି। ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି। ଦୀର୍ଘ ଦିନରୁ ଉଭୟ ସହିଦ ନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। ଏବେ ଓଭର ବ୍ରିଜ୍ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘଦିନର ସମସ୍ୟାର ସମାଧାନ ହେବା ନେଇ ଆଶା କରାଯାଉଛି । ଏହାଦ୍ୱାରା ଦୀର୍ଘଦିନର ଯାତାୟାତ ସମ୍ପର୍କିତ ସମସ୍ୟାର ସମାଧାନ ହେବା ନେଇ ଆଶା। ପ୍ରକଳ୍ପକୁ ନେଇ ସବୁ ମହଲରେ ଖୁସିର ଲହରୀ।