Odia News Portal

ସେପ୍ଟେମ୍ବର ମାସ ପାଇଁ କୋଭିଡ କଟକଣା କୋହଳ, ବିବାହ ଏବଂ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମୋଟ ୨୫୦ ଜଣଙ୍କୁ ଅନୁମତି

ସେପ୍ଟେମ୍ବର୧ ତାରିଖଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ କୋଠିଡ ଗାଇଡଲାଇନ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ କୋହଳ କରିଛନ୍ତି କଟକଣା । ଏପରିକି ପୁର୍ବରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ଲାଗି ରହିଥିବା ସପ୍ତାହନ୍ତ ସଟ୍‌ଡାଉନକୁ ଉଠାଇ ଦେଇଛନ୍ତି ରାଜ୍ୟ ସରକାର । ତେବେ ବିବାହ ଏବଂ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ପରିବାର,ପୁରୋହିତ,ବ୍ୟାଣ୍ଡ ପାର୍ଟି ଆଦି ସମସ୍ତଙ୍କୁ ମିଶାଇ ମୋଟ ୨୫୦ ଜଣଙ୍କୁ ଅନୁମତି ମିଳିଛି । ସେହିପରି ବିବାହ ଶୋଭାଯାତ୍ରାକୁ ଅନୁମତି ମିଳିଥିବା ବେଳେ ସର୍ବାଧିକ ୫୦ ଜଣ ରହିପାରିବେ । 

ତେବେ ବିବାହ କାର୍ଯ୍ୟ ଅନୁମତି ପାଇଁ ପ୍ରାଧୀକୃତ ଅଧୀକାରିଙ୍କ ପାଖରୁ ଅନୁମତି ଆଣିବାକୁ ପଡିବ । ଆଉ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଅନୁଯାୟୀ ସିନେମା ହଲ୍ ଏବଂ ମଲ୍ ଗୁଡିକ ପାଇଁ କୋଭିଡ କଟକଣା କୋହଳ କରାଯାଇଛି । ହଲ୍‌ରେ ଯେତିକି ସିଟ୍ ସେତିକି ଲୋକ ଯାଇପାରିବେ ବୋଲି ସୂଚନା ମିଳିଛି । ଯେପରି କୋଭିଡ କଟକଣା ପାଳନ କରାଯିବ ତାହାର ଦାଇତ୍ୱ ମଲ୍‌,ହଲ୍ ମାଲିକ ମାନେ ବୁଝିବେ ବୋଲି ଏସଆରସି କହିଛନ୍ତି । 

ଏହି ସମୟରେ ସମସ୍ତ ପୌରଞ୍ଚାଳ ମାନଙ୍କରେ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟ ଜାରି ରହିବ । ସକାଳ ୫ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ବିଭିନ୍ନ ପୂଜା ପର୍ବ ସମୟରେ ଜିଲ୍ଲାପାଳ ବା ସିଟି କମିଶନର ଆବଶ୍ୟକ କଟକଣା ଲାଗୁ କରିପାରିବେ ବୋଲି ଏସଆରସି ପ୍ରଦିପ ଜେନା କହିଛନ୍ତି ।