Odia News Portal

ସେପ୍ଟେମ୍ବର ୬ରୁ ୧୮ OJEE ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE ପରୀକ୍ଷା  ଆସନ୍ତା ସେପ୍ଟେମ୍ବର ୬ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୮ ତାରିଖ ଯାଏଁ ଜାରି ରହିବ। ଏନେଇ  ଓଜେଇଇ ପକ୍ଷରୁ ବିଜ୍ଞପ୍ତି  ପ୍ରକାଶ ପାଇଛି। ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୩ଟି ଲେଖାଏଁ ସିଫ୍ଟରେ ପରୀକ୍ଷା ହେବ। ସମସ୍ତ ବିଷୟର ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବ। କିନ୍ତୁ ମଝିରେ ଗଣେଶ ପୂଜା ଏବଂ ନିଟ୍‌ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ। ତେବେ କେଉଁ ଦିନ କେଉଁ ପରୀକ୍ଷା ହେବ ‘ଓଜେଇଇ’ର ୱେବ୍‌ସାଇଟ୍‌ www.ojee.nic.in/www.odishajee.comରେ ତଥ୍ୟ ଦିଆଯାଇଛି।