Odia News Portal

ପୁଣି ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର: ମାତିଛନ୍ତି ଦେହ ବ୍ୟବସାୟୀ । ବାରମ୍ବାର ଚଢ଼ାଉ ପରେ ଚେତି ନାହାଁନ୍ତି । ଆଜି ଭୁବନେଶ୍ୱରରୁ ପୁଣି ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ୩ଜଣ ଗ୍ରାହାକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଗେଷ୍ଟ ହାଉସରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ତେବେ ସଟଡାଉନରେ କିଭଳି ଏହି ବେପାର ଚାଲିଥିଲା ତାକୁ ଉଠିଛି ବଡ଼ ପ୍ରଶ୍ନବାଚୀ ।

ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢ଼ାଉ କରିଥିଲା । କେବେଠାରୁ ଚାଲିଥିଲା ସେକ୍ସ ରାକେଟ୍, କେଉଁଠାରୁ ଯୁବତୀ ଆସୁଥିଲେ ତା’ର ଖୋଲତାଡ଼ କରୁଛି ପୋଲିସ। ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସଂକଟ ଟଳିନି । ଏଭଳି ସମୟରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ନେଇ ଚଳାଚଳକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ବେଳେ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି । ଏଭଳି ସମୟରେ  ପୁଣି ରାଜଧାନୀରେ ସେକ୍ସ ରାକେଟ ଭୂତାଣୁ ସଂକମ୍ରଣ ଆଶଙ୍କାକୁ ମଧ୍ୟ ବୃଦ୍ଧି କରୁଛି ।