Odia News Portal

ଶିଶୁଙ୍କୁ ଅନଲାଇନରେ ଯୌନ ଶୋଷଣ ଅଭିଯୋଗ, ବିଭିନ୍ନ ରାଜ୍ୟରେ ସିବିଆଇ ରେଡ୍

ଭୁବନେଶ୍ୱର : ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଅଭିଯୋଗରେ ମାମଲା ଦାୟର । ଦେଶର ବିଭିନ୍ନ ସ୍ଥାନରେ ଅନଲାଇନ ମାଧ୍ୟମରେ ଯୌନ ଶିକାର ହେଉଛନ୍ତି ଶିଶୁ । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚାଲିଛି ସିବିଆଇର ତଦନ୍ତ । ଏଥିସହ ଓଡ଼ିଶାରେ ମଧ୍ୟ ସିବିଆଇ ପକ୍ଷରୁ ଚାଲିଛି ଯାଞ୍ଚ । ନଭେମ୍ବର ୧୪ ତାରିଖରେ ୨୩ ଟି ମାମଲା ରୁଜୁ କରି ସିବିଆଇ ତଦନ୍ତ ଜାରି ରଖିଛି । ତେବେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ପ୍ରାୟ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏନେଇ ଦିଲ୍ଲୀ,ହରିୟାଣା,ପଞ୍ଜାବ, ବିହାର,ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡ଼ୁ,ରାଜସ୍ଥାନ,ମହାରାଷ୍ଟ୍ର,ଗୁଜୁରାଟ,ଛତିଶଗଡ଼,ମଧ୍ୟପ୍ରଦେଶ ଓ ହିମାଞ୍ଚଳ ପ୍ରଦେଶରେ ସିବିଆଇ ତଦନ୍ତ ଜାରି ରଖିଛି ।