Odia News Portal

ଆଜିଠୁ ରାଜ୍ୟରେ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିବା ସହ ୭୭୨ ଜଣ ଆବେଦନ କରିସାରିଛନ୍ତି । ତେବେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରମାନଙ୍କୁ ଏସଆଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଇଛି । ତାମିଲନାଡୁ ପରେ ଓଡିଶା ଦ୍ଵିତୀୟ ରାଜ୍ୟ ଯିଏ ତୃତୀୟ ଲିଙ୍ଗୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

ତେବେ ଏସଆଇ ପଦବୀ ପାଇଁ ଆବେଦନର ଶେଷ ତାରିଖ ୧୫ ଜୁଲାଇ ୨୦୨୧ ରହିଛି । କିନ୍ନରମାନେ ମଧ୍ୟ ଏସଆଇ ପଦବୀ ପାଇଁ ଆବେଦନ କରିପାରିବେ । ଏସଆଇ ପଦବୀ ପାଇଁ ଅନଲାଇନରେ ପରୀକ୍ଷା ହେବ । ୬ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ପରୀକ୍ଷା ହେବ ବୋଲି କୁହାଯାଇଛି । ପୋଲିସର ବୈଷୟିକ କ୍ଷେତ୍ରରେ ନବନିଯୁକ୍ତ ଏସଆଇ କାମ କରିବେ । ଏଥିପାଇଁ କେବଳ ଲିଖିତ ପରୀକ୍ଷା ହେବ, କୌଣସି ମୌଖିକ ପରୀକ୍ଷା ହେବନାହିଁ । ଏନେଇ ଏଡିଜେ ଆଇନ ଶୃଙ୍ଖଳା ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।